Odisha Link
Bridging the Missing Links in Odisha

କିଲେ ପ୍ଲାଷ୍ଟିକ୍‌ ବଦଳରେ କିଲେ ଚାଉଳ, ଗ୍ରାହକଙ୍କ ଲମ୍ବା ଧାଡ଼ି

ହାଇଦ୍ରାବାଦ୍‌: ଏକ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଏକ କିଲୋ ଚାଉଳ। ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଲୋକମାନଙ୍କୁ ଏକି କିଲୋ ପ୍ଲାଷ୍ଟିକ୍‌ ବଦଳରେ ଏକ କିଲୋ ଚାଉଳ ପ୍ରଦାନ କରାଯାଉଛି। ଏପରି ଦୃଶ୍ୟ ତେଲେଙ୍ଗାନା ରାଜ୍ୟର ମୁଲୁଗ ଜିଲ୍ଲାରେ ଦେଖିବାକୁ ମିଳିଛି।

ମୁଲୁଗ ଜିଲ୍ଲାପାଳଙ୍କ ଏପରି ଘୋଷଣା ପରେ ଲୋକମାନେ ପ୍ଲାଷ୍ଟିକ୍‌ ଷ୍ଟ୍ର, ଚାମଚ୍‌, ଗ୍ଲାସ୍‌ ଏବଂ ବ୍ୟାଗ୍‌ ଇତ୍ୟାଦି ଦେଇ ଚାଉଳ ପାଇଁ ଲମ୍ବା ଧାଡ଼ି ଜମାଉଛନ୍ତି। ଜିଲ୍ଲାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆୟୋଜନ କରିଥିବା ଏହି ୧୦ ଦିନିଆ କାର୍ଯ୍ୟକ୍ରମରେ ଲୋକେ ନିଜର ଅଦରକାରୀ ପ୍ଲାଷ୍ଟିକ୍‌ ବଦଳରେ ଚାଉଳ ନେଇପାରିବେ।

ଳ୍ଲାପାଳ ସି ନାରାୟଣ ରେଡ୍ଡି ଗଣମାଧ୍ୟମରେ କହିଛନ୍ତି ଯେ, ପ୍ଲାଷ୍ଟିକ୍‌ ବ୍ୟାନ୍‌ କାହିଁକି ଜରୁରୀ ସେ ସଂପର୍କରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଚାଉଳ ଏକ ଜରିଆ ମାତ୍ର। ଆମ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିବା ହେତୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ପାଇଁ ଜିଲ୍ଳାକୁ ପରିଷ୍କାର ପରିଚ୍ଛନ ରଖିବା ସହ ପ୍ଲାଷ୍ଟକ ମୁକ୍ତ କରିବା ଆମର କର୍ତ୍ତବ୍ୟ ବୋଲି ଜିଲ୍ଲାପାଳ ରେଡ୍ଡି କହିଛନ୍ତି।

Comments are closed.