Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର: ଓଡ଼ିଆ ପୁଅ ଗିରୀଶଙ୍କ ହାତରେ ଗୁରୁ ଦାୟିତ୍ବ, ମିଳିବ ଏସବୁ କ୍ଷମତା

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତାଙ୍କ ଜନ୍ମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ। ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ।

ଗିରୀଶଙ୍କୁ ମିଳିବ ଏସବୁ କ୍ଷମତା:
-କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ ଗିରୀଶ। ବିଧାନସଭାର କ୍ଷମତା ଅତିବେଶୀରେ ୧୦୭ ରହିବା ନେଇ ନିୟମ ଅଛି ଯାହାକି ବର୍ତ୍ତମାନ ପରିବର୍ତ୍ତନ କରି ୧୧୪କୁ ବୃଦ୍ଧି କରାଯିବ। ପୂର୍ବବତ୍‌ ପିଓକେ ପାଇଁ ୨୪ ଆସନ ଛଡ଼ାଯିବ।

-ସମସ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୁଲିସ୍‌ ସେବା (ଆଇପିଏସ୍‌) ଏବଂ ଆଣ୍ଟି କରପସନ୍‌ ବ୍ୟୁରୋ (ଏସିବି) ଉପରାଜ୍ୟପାଳଙ୍କ ଅଧୀନରେ ରହିବେ। କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାର ହାତରେ ଏହିସବୁ କ୍ଷମତା ରହିବନି।

-ଅକ୍ଟୋବର ୩୧ ବା ଗିରୀଶଙ୍କ ନିଯୁକ୍ତି ତାରିଖ ପରଠାରୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୋଟିଏ ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ରହିବ।

Comments are closed.