Odisha Link
Bridging the Missing Links in Odisha

ମୋଦି ସରକାର ଚାଷୀଙ୍କ ପେଟକୁ ଗୋଇଠା ମାରୁଛନ୍ତି: ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର।

ଏଥିସହିତ ଆଉ ଏକ ଟୁଇଟକରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା। ସଂସଦ ଭବନ, ଇଣ୍ଡିଆ ଗେଟ୍ ଆଦି ସ୍ଥାନର ନବୀକରଣ ପାଇଁ ଏଚସିପି କମ୍ପାନୀ(HCP Design, Planning & Management Pvt. Ltd) କୁ କେନ୍ଦ୍ର ସରକାର ଠିକା ଦେଇଛନ୍ତି। ଏହି ଠିକା କମ୍ପାନୀ ହେଉଛି ଗୁଜରାଟର। ନିଜ ବନ୍ଧୁଙ୍କ ପକେଟ ଫୁଲ କରିବାକୁ ଯାଇ କେନ୍ଦ୍ର ସରକାର ଏଚପିସିକୁ ଠିକା ଦେଇଛନ୍ତି ବୋଲି ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି।

ସେ ଆହୁରି କହିଛନ୍ତି ନବୀକରଣ ପାଇଁ କେନ୍ଦ୍ର ସରକାର ୧୨ ହଜାର ୪୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ହେଲେ ଉତ୍ତର ପ୍ରଦେଶରେ ଆଖୁ ଚାଷୀଙ୍କ ୭ହଜାର କୋଟି ଟଙ୍କାର କରଜ ଛାଡ଼ କରୁନାହାନ୍ତି ବୋଲି କହିଛନ୍ତି। ବିଜେପି ସରକାର ନିଜର ହୋସ୍ ହରାଇ ବସିଛି। ଖୁବଶୀଘ୍ର ଦେଶର ଚାଷୀ ଜାଗିବେ ବୋଲି ସେ କହିଛନ୍ତି। ସେତେ ପର୍ଯ୍ୟନ୍ତ ସାବଧାନ ରହିବାକୁ ମୋଦି ସରକାରକୁ କହିଛନ୍ତି।

Comments are closed.