Odisha Link
Bridging the Missing Links in Odisha

ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର: ଏଥର ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବେ। ସେଗୁଡ଼ିକ ହେଲା ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧା ବାଟାଲିଅନ। ଅତ୍ୟାଧୁନିକ ଟେକ୍ନୋଲଜି ଦ୍ୱାରା ୫ଟି ବାଟାଲିଅନକୁ ଅପଗ୍ରେଡ କରାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ। ଭୁବନେଶ୍ୱର ପୁଲିସ ଭବନରେ ଅନୁଷ୍ଠିତ କମାଣ୍ଡାଣ୍ଟ ସମ୍ମିଳନୀରେ ଡିଜିପି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ର୍ଶମା ୪ ପ୍ରକାର ବାଟାଲିଅନର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରିଥିଲେ।

Comments are closed.