Odisha Link
Bridging the Missing Links in Odisha

ସରକାରୀ ବାବୁଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା

ଭୁବନେଶ୍ବର: ଏଣିକି ସରକାରୀ ବାବୁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିପାରିବେନି। କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସରକାରୀ ତଥ୍ୟ ଠିକ୍ ଭାବରେ ଆସିପାରିବ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

ଏହାପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରୀ ଅଧିକାରୀ ଓ ବିଭିନ୍ନ ବିଭାଗର ସଚିବ ଗଣମାଧ୍ୟମରେ ସରକାରଙ୍କ ପକ୍ଷ ରଖୁଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗଣମାଧ୍ୟମରେ ଖୋଲାଖୋଲି ପ୍ରତିକ୍ରିୟା ଦେଉଥିଲେ। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସରକାରୀ ଅଫିସର ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ମତ ରଖିବାକୁ ପଛଘୁଞ୍ଚା ଦେଉ ନଥିଲେ।

ତେବେ ସାଧାରଣ ପ୍ରଶାସନ ବିଭାଗର ଏଭଳି ନିଷ୍ପତ୍ତି ପରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଲୋକେ ସଠିକ୍ ତଥ୍ୟ ପାଇପାରିବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି ପ୍ରଶାସନିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି।

Comments are closed.