Odisha Link
Bridging the Missing Links in Odisha

ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁ

ଭୁବନେଶ୍ବର: ସାରା ରାଜ୍ୟରେ ଚହଳ ପକାଇଥିବା ସ୍ମିତାରାଣୀ ହତ୍ୟା ମାମଲାର ସଠିକ୍‌ ତଦନ୍ତ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପାଠ ପଢ଼େଇବା ସହିତ ଚୁପ୍‌ କାହିଁକି ଅଛନ୍ତି ବୋଲି ଶ୍ରୀକାନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, “ସ୍ମିତାରାଣୀ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଯାଞ୍ଚ ଆରମ୍ଭ ପୂର୍ବରୁ ଜିଲ୍ଲା ଏସ୍‌ ପି ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମିତରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି କହିବା ସଙ୍ଗେ ସଙ୍ଗେ ତାଙ୍କର ଚରିତ୍ର ଉପରେ କହିଥିଲେ। ଆପଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ପୁଲିସ୍‌ ବିଭାଗ ଆପଣଙ୍କ ଦାୟିତ୍ବରେ ଅଛି। ପୋଷ୍ଟମର୍ଟମ୍‌ ରିପୋର୍ଟ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ଉଠାଇଛନ୍ତି। ୧୫ଦିନ ବିତିଯାଇଥିଲେ ମଧ୍ୟ ବି ଆପଣ ନିରବ କାହିଁକି” ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ ଜେନା।

ଏଥିସହିତ ସେ କହିଛନ୍ତି ଯେ, “ଆପଣଙ୍କ ୫ଟିର ପ୍ରଥମ ଅର୍ଥ ଟ୍ରାନ୍ସପେରାନ୍ସି ଅର୍ଥାତ ସ୍ବଚ୍ଛଶାସନ ବୋଲି ଆପଣ କହିଛନ୍ତି। ସ୍ମିତାରାଣୀଙ୍କ ମୃତ୍ୟୁ ସମ୍ପର୍କରେ ଆପଣଙ୍କ ପ୍ରଥମ ‘ଟି’ ବିନା ଅନୁସନ୍ଧାନରେ କହୁଛି ଏହା ଏକ ଆତ୍ମହତ୍ୟା ଓ ସ୍ମିତରାଣୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ଏହା କଣ ଆପଣଙ୍କର ସ୍ବଚ୍ଛତା ବୋଲି ଶ୍ରୀକାନ୍ତ ନବୀନଙ୍କୁ ପ୍ରଶ୍ନ କରିଛନ୍ତି।”

ଅପରପକ୍ଷେ ଆପଣ ଯଦି ସ୍ବଚ୍ଛତାରେ ବିଶ୍ବାସ କରୁଛନ୍ତି ତେବେ ହାଇକୋର୍ଟର ଜଣେ କାର୍ଯ୍ୟରତ ମାନ୍ୟବର ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ କରିବାକୁ ଘୋଷଣା କରୁନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଶ୍ରୀକାନ୍ତ।

Comments are closed.