Odisha Link
Bridging the Missing Links in Odisha

ଆରଟିଓ ଅଫିସ୍ ସାମ୍ନାରୁ ଦଲାଲକୁ ଧରିଲେ ଏସପି

ନାୟାଗଡ଼: ଆରଟିଓ ଅଫିସ ସାମ୍ନାନାରେ ଖୁଲମାଖୁଲା ଚାଲିଥିଲା ଦାଲାଲି। ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି। ନୟାଗଡ ପିଟିଏସ ରୋଡରେ ଥିବା ଆରଟିଓ ଅଫିସ ସମ୍ମୁଖରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ଆରଟିଓ ଅଫିସ ବାହାରେ ଦଲାଲି ଚାଲିଥିବା ନେଇ ଏସପି ଖବର ପାଇବା ପରେ ହଠାତ ଚଢାଉ କରିଥିଲେ। ଏହା ପରେ ସଂପୃକ୍ତ ଦଲାଲ ମୁରଲୀ ରାଉତକୁ ପୁଲିସ ଗିରଫ କରିଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲାକି, ଦଲାଲ ମୁରଲୀ ରାଉତଙ୍କ ବାଇକ ଡିକି ଓ ପର୍ସ ଯାଞ୍ଚ ପରେ ସେଥିରୁ ବିଡା ବିଡା ଟଙ୍କା ଓ ଆରଟିଓ ସଂପର୍କିତ କାଗଜପତ୍ର ବାହାରିଥିଲା। ୫୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଦଲାଲ ମୁରଲୀଧରକୁ ପୁଲିସ ପଚରାଉଚରା କରୁଛି। ତେବେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଗାଡ଼ି କାଗଜ ପତ୍ରଠୁ ଆରମ୍ଭ କରି ନୂଆ ଗାଡ଼ି ଚାଳକମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ଆଉ ଆରଟିଓ ସମ୍ପର୍କିତ ସମସ୍ତ ସୁବିଧା କିଭଳି ବିନା ଦଲାଲଙ୍କ ମାଧ୍ୟମରେ ଗାଡ଼ି ଚାଳକ ପାଇପାରିବେ ସେନେଇ ସଜାଗ କରାଇଥିଲେ ସରକାର। ହେଲେ ଆଜିର ଘଟଣା ସରକାରଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ବାଏଁ ବାଏଁ ଉଡ଼ାଇ ଦେଉଥିବା ଦେଖିବାକୁ ମିଳିଛି।

Comments are closed.