Odisha Link
Bridging the Missing Links in Odisha

ଭିଡିଓ କଲ କରି ଚାଷୀଙ୍କ ସହ କଥା ହେଲେ କୃଷି ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ରାଜ୍ୟବାସୀ ମୌଳିକ ସୁବିଧା ପାଉଛନ୍ତି କି ନାହିଁ ସେ ସବୁ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଫୋନ କରି ସୁବିଧା ଅସୁବିଧା ବୁଝୁଛନ୍ତି। ନୀବନ ପଟ୍ଟନାୟକଙ୍କ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଚାଷୀଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ଚାଷୀଙ୍କୁ ଭିଡିଓ କଲ କରି ନେଉଛନ୍ତି ମତ। ଯାହା ଏବେ ସାରା ରାଜ୍ୟେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଥାଉକି ଆଜି ମନ୍ତ୍ରୀ ଅରୁଣ ସାହୁ କଟକ ଜିଲ୍ଲା ଗସ୍ତ କରିଥିଲେ। ରାସ୍ତାରେ ଫେରିବା ସମୟରେ ମନ୍ତ୍ରୀ ଶ୍ରୀ ସାହୁ କଟକ ଜିଲ୍ଲା ବାରଙ୍ଗ ବ୍ଲକର କୁରାଙ୍ଗ ଶାସନ ପଞ୍ଚାୟତ ଗଙ୍ଗେଶ୍ୱର ଗ୍ରାମର ଜଣେ କୃଷକ ପ୍ରତାପ ରୁଦ୍ର ଭୋଇଙ୍କ ସହିତ Video Call ମାଧ୍ୟମରେ ଚାଷ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଧାନ ଫସଲ ହୋଇଛି କି , ବିରି ଚାଷ କରିଛନ୍ତି ନା ନାହିଁ। ବର୍ତ୍ତମାନ ଜମିରେ ପାଣି ଅଛି ନା ଛାଡି ଯାଇଛି। ଧାନ କେବେ କାଟିବ ବୋଲି କୃଷକଙ୍କୁ ପଚାରି ବୁଝିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ।

ଏଥିସହିତ କେଉଁ ଧାନ ଲଗେଇଛ। କଣ ସୁବିଧା ଅସୁବିଧା ଅଛି ମୋତେ କୁହ ବୋଲି କୃଷକଙ୍କୁ ପଚାରି ବୁଝିଲେ କୃଷି ମନ୍ତ୍ରୀ ଅରୁଣ ସାହୁ।

Comments are closed.