Odisha Link
Bridging the Missing Links in Odisha

ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର: ଗତକାଲି ବାପି ସର୍ଖେଲଙ୍କ ଆବାହକତ୍ୱରେ ହୋଇଥିବା କଂଗ୍ରେସ ମେଳି ବିଷୟରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ ତାଚ୍ଛଲ୍ୟ କରି କହିଛନ୍ତି ଯେ, ଯେଉଁମାନେ ପିସିସି ସଭାପତି ହେବାକୁ କହୁଛନ୍ତି ବା ହେବାକୁ ଚାହୁଁଛନ୍ତି ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖା କରନ୍ତୁ।

ଖାଲି ସେତିକି ନୁହେଁ ଗତକାଲି ନିରଞ୍ଜନ ପଟ୍ଟନାୟକଙ୍କ ‘ମୁକ୍ତି ଦିଅ’ ସମ୍ପର୍କିତ ମନ୍ତବ୍ୟକୁ ନେଇ ମଧ୍ୟ ସୁର ରାଉତରାୟ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ନିରଞ୍ଜନ ବାବୁ ଯଦି କହୁଛନ୍ତି ମୋତେ ମୁକ୍ତି ଦିଅ ତେବେ ସେ ସିଧା ସୋନିଆ ଗାନ୍ଧୀଙ୍କୁ କହୁନାହାନ୍ତି। ସିଧାସଳଖ ସୋନିଆଙ୍କୁ କହନ୍ତେ, କାମ ଖତମ ହୋଇଯାଆନ୍ତା ବୋଲି ସୁର ରାଉତରାୟ କହିଛନ୍ତି।

ସାମ୍ବାଦିକ ମାନଙ୍କ ପିସିସି ସଭାପତି ପଦବୀ ପାଇଁ ସେ ଆଶାୟୀ କି ବୋଲି ପ୍ରଶ୍ନରେ ଉତ୍ତର ଦେଇଛନ୍ତି ସୁର। ସେ କହିଛନ୍ତି ଯେ, ପିସିସି ସଭାପତି ପାଇଁ ମୁଁ ଆଶାୟୀ ନୁହେଁ କି ମୁଁ ଉପଯୁକ୍ତ ନୁହେଁ। ମୋର ଗରିମା ନାହିଁ କି ପତିଆରା ନାହିଁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି।

Comments are closed.