Odisha Link
Bridging the Missing Links in Odisha

‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟରେ ଦୂତୀ, ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ

ଭୁବନେଶ୍ବର: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟ ବା ଆସନ୍ତା ଦିନର ୧୦୦ ଜଣ ପ୍ରଭାବଶାଳୀ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ। ବ୍ୟବସାୟ, ମନୋରଂଜନ, କ୍ରୀଡ଼ା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସମାଜ ସେବା କ୍ଷେତ୍ରରେ ବିଶ୍ୱର ଉଦୀୟମାନ ତାରକାଙ୍କ ତାଲିକା ପ୍ରକାଶ କରିଛି ‘ଟାଇମ୍’ ପତ୍ରିକା। ଭବିଷ୍ୟତର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛି ଏହି ଓଡ଼ିଆ ଦୌଡ଼ରାଣୀଙ୍କ ନାଁ।

ନଭେମ୍ବର ୨୫ ତାରିଖରେ ପ୍ରକାଶ ପାଇବାକୁ ଥିବା ସଂଖ୍ୟାରେ ସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇବ। ଟାଇମ୍ ହଣ୍ଡ୍ରେଡ୍-ନେକଷ୍ଟରେ ସ୍ଥାନ ପାଇବା ଗୌରବର କଥା ବୋଲି ଟ୍ୱିଟ୍ କରି କହିଛନ୍ତି ଦୂତୀ । ୨୦୨୦ ଟୋକିଓ ଅଲିମ୍ପିକ୍ରେ ୧୦୦ ମିଟର ଦୌଡ ପାଇଁ ଏବେ ସେ ପ୍ରସ୍ତୁତି ଚଳାଇଛନ୍ତି। ଜୁଲାଇ ମାସରେ ପ୍ରଥମ ଭାରତୀୟ ଧାବିକା ଭାବେ ବିଶ୍ୱ ୟୁନିଭରସିଟି କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ନିକଟରେ ‘ଭୋଗ୍ ଇଣ୍ଡିଆ’ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ବ୍ୟକ୍ତିତ୍ୱ ଭାବେ ଚୟନ କରିଥିଲା।

Comments are closed.