Odisha Link
Bridging the Missing Links in Odisha

୨ ମାସରେ ଦେଢ କୋଟି ଫାଇନ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ଆଦାୟ ହୋଇଛି ଦେଢ କୋଟିରୁ ଅଧିକ ଜରିମାନା। ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ବିଧାନସଭାରେ ଆଜି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ। ତେବେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬୦୦୮୫୦ ଆଦାୟ ହୋଇଛି। ଇନସ୍ୟୁରାନ୍ସ ନଥିବା କାରଣରୁ ୨୧୧୧ ଜଣଙ୍କ ଠାରୁ ୧୩୭୯୭୦୦ ଟଙ୍କା ଆଦାୟ। ପିଓସି ବା ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ୧୧୭୭ ଜଣଙ୍କ ଠାରୁ ୩୮୧୬୧୧୦ ଟଙ୍କା ଆଦାୟ। ସେହିପରି ମଦ ପିଇ ଗାଡି ଚଲାଉଥିବା ୪୯୦ ଜଣଙ୍କ ଠାରୁ ୭ ଲକ୍ଷ ୩୮୧୦୦ ଟଙ୍କା ଆଦାୟ ହୋଇଛି। ନିୟମ ଉଲ୍ଲଂଘନ କରିଥିବା ଦୁଇ ଚକିଆ, ତିନି ଓ ଚାରି ଚକିଆ ଯାନ ଚାଳକଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇଛି।

Comments are closed.