Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୦ ପରେ ତ୍ବରିତ ହାରରେ ଅଭିବୃଦ୍ଧି କରିବ ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି। ଏହା ସହ ୟୁପିଆଇ ଏବଂ ଆଧାର ବ୍ୟବସ୍ଥାକୁ ସେ ଖୁବ୍‌ ପ୍ରଶଂସା କରିଛନ୍ତି।

ବିଲ୍‌ ଗେଟ୍‌ସ ଏବେ ଭାରତ ଗସ୍ତରେ ଆସିଥବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଭାରତୀୟ ପୋଷଣ କୃଷି କୋଷ ଶୁଭାରମ୍ଭ କରିଛନ୍ତି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏବେ ପୋଷଣ ଲାଗି ବିଲ୍‌ ଗେଟ୍‌ସ ଫାଉଣ୍ଡେସନ୍‌ ସହ ମିଳିତ କାମ କରୁଛନ୍ତି।

Comments are closed.