Odisha Link
Bridging the Missing Links in Odisha

ଜଗତସିଂହପୁରରେ ୩ଟି ଗୋରୁ ବୋଝେଇ ଭ୍ୟାନ୍ ଜବତ

ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ପୋଲିସ। ଗାଡି ଜବତ ସହ ଗାଡି ଡ୍ରାଇଭର ସହ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ।
ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ସହର ଥାନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି। ତିନୋଟି ପିକଅପ ଭ୍ୟାନ ସହ ୧୫ଟି ଗାଈ ଓ ବଳଦ ଜବତ କରାଯାଇଛି। ଏଥି ସହିତ ପାଞ୍ଚଜଣ ଗାଡି ଚାଳକ ଓ ବ୍ୟବସାୟୀଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗୋରୁ ମାନଙ୍କୁ ଜଗତସିଂହପୁର ଓ ନିଆଳି ଅଞ୍ଚଳରୁ ଅଣାଯାଇ ବେଆଇନ ଭାବରେ ବାହାରକୁ ଚୋରାଚାଲାଣ କରାଯାଉ ଥିବାର ଜଣାପଡିଛି।

Comments are closed.