Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ବାଜି ପଲଟିଲା, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୀତି ଖେଳରେ ଶେଷରେ ବାଜି ମାାରିଛି ବିଜେପି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଯେଉଁ ମେଣ୍ଟ ସରକାର କରିବେ ବୋଲି ଖବର ଥିଲା ତାହା ଏବେ କେବଳ ଖବର ହୋଇ ହିଁ ରହିଗଲା। କାରଣ ଆଜି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ଅଜିତ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ମହାରାଷ୍ଟ୍ରରେ ଏନସିପି ସହ ମିଶି ସରକାର ଗଠନ କଲା ବିଜେପି। କ୍ରମାଗତ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ୍। ରାଜ୍ୟପାଳ ଭଗତ ସିଂ କୋଶୟାରୀ ଶପଥ ପାଠ କରେଇଛନ୍ତି। ପୂର୍ବରୁ କଂଗ୍ରେସ ଏନସିପି ଓ ଶିବସେନା ମେଣ୍ଟ ସରକାର ଗଠନ ନେଇ ଚର୍ଚ୍ଚାରେ ଥିଲେ।

Comments are closed.