Odisha Link
Bridging the Missing Links in Odisha

ମହାରଥୀଙ୍କ ଉପରେ ବର୍ଷିଲେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ, କହିଲେ..

ଭୁବନେଶ୍ବର: ପିପିଲି ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଆଶ୍ରିତ ପଟ୍ଟନାୟକ। ଆଜି ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି ମହାରଥୀ। ସରକାରୀ ଜମି ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ସେ କହିଛନ୍ତି, ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ହୋଇନାହିଁ। ପିପିଲି କିମ୍ବା ଡେଲାଙ୍ଗରେ ଯଦି ଜମି ରେଜିଷ୍ଟ୍ରେସନ କରିଥିବା ପ୍ରମାଣିତ ହଏ ତେବେ ସେ ବିଧାନସଭା ଆସିବେନି ଓ ରାଜନୀତିରୁ ସନ୍ୟାସ ନେବେ।

ସେପଟେ ବିଜେପି ନେତା ଆଶ୍ରୀତ ପଟ୍ଟନାୟକ କହିଛନ୍ତି, ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ୩୫ରୁ ୪୦ ବର୍ଷ ଧରି ରାଜନୀତି କରି ସେ ଅଞ୍ଚଳକୁ ଧ୍ୱଂସ କରିସାରିଲେଣି। ଆଗକୁ ସେ ରାଜନୀତି କରିବେ କି ନାହିଁ ସମୟ କହିବ ବୋଲି ଆଶ୍ରୀତ ପଟ୍ଟନାୟକ କହିଛନ୍ତି।

ଗତକାଲି ବିଜେପି ମହାରଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଦଳ ଅଭିଯୋଗ କରିଥିଲା, ମହାରଥୀ ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ହଡପ କରିଛନ୍ତି । ଚଂଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର । ଆଉ ଆଜି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦୀପ ମହାରଥୀ

Comments are closed.