Odisha Link
Bridging the Missing Links in Odisha

ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ। ଏଥର ଦିନ ବଦଳରେ ରାତିରେ ଅଗ୍ନି-୩ର ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ସେନାବାହିନୀ ତରଫରୁ କରାଯାଉଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି। ଭାରତୀୟ ସେନାର ଷ୍ଟ୍ରଟେଜିକ୍ ଫୋର୍ସ କମାଣ୍ଡ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି l ଅଗ୍ନି-୩ ହେଉଛି ଏକ ଇଣ୍ଟରମିଡିଏଟ ବାଲାଷ୍ଟିକ କ୍ଷେପଣାସ୍ତ୍ର ।
ଭଦ୍ରକ ଜିଲ୍ଲାର ଅବଦୁଲ୍ କଲାମ୍ ଦ୍ବୀପରୁ ଅଗ୍ନି-୩ ପରୀକ୍ଷା। ଆଜି ଅବଦୁଲ୍ କଲାମ୍ ଦ୍ବୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ବ୍ୟାବହାରିକ ପରୀକ୍ଷଣ କରାଯିବ। ଏହାର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨ ହଜାର କିଲୋଗ୍ରାମ ରହିଛି। ୨ ହଜାରରୁ ୨୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ଅଗ୍ନି-୩। ସେକେଣ୍ଡ ପିଛା ଏହାର ବେଗ ୬ କିଲୋମିଟର ରହିବ ବୋଲି ସୂଚନା ମିଳିଛି। ଏହି କ୍ଷେପଣାସ୍ତ୍ରକୁ ଯେ କୌଣସି ରେଳ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ। ୩୫ ଶହ କିଲୋମିଟରରୁ ୫ ହଜାର କିଲୋମିଟର ମଧ୍ୟରେ ଏହା ବ୍ୟାପକ ଧ୍ବଂସଲୀଳା ରଚିବାର କ୍ଷମତା ରଖିଛି। ପୂର୍ବରୁ ୨୦୧୫ ମସିହା ଏପ୍ରିଲ ୧୬ ତାରିଖ ଏବଂ ଶେଷଥର ପାଇଁ ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା।

Comments are closed.