Odisha Link
Bridging the Missing Links in Odisha

“ମୁଁ ନିର୍ବଳ ନୁହେଁ, ମୁଁ ନିର୍ମଳା”

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଦିନକୁ ଦିନ କମିବାରେ ଲାଗିଛି। ଅନ୍ୟପକ୍ଷରେ ଅର୍ଥନୀତି ଦୁର୍ବଳ ଯୋଗୁ ସମସ୍ତେ ଅର୍ଥମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି। ଅର୍ଥନୀତି ଦୁର୍ବଳକୁ ନେଇ ଆଜି ଗୃହରେ ଆଲୋଚନା ମଧ୍ୟ ହୋଇଥିଲା। ଆଜିର ଆଲୋଚନା ବେଳେ ସଂସଦରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ମଳା ସୀତାରମଣଙ୍କୁ ତାଚ୍ଛଲ୍ୟ କରିଥିଲେ। ସେ ନିର୍ମଳା ସୀତାରମଣଙ୍କୁ “ନିର୍ବଳ ସୀତାରମଣ” ବୋଲି କହିଥିଲେ। ଏହାର ଜବାବ ଦେଇ ସୀତାରମଣ କହିଛନ୍ତି, “ମୁଁ ନିର୍ବଳ ନୁହେଁ। ଆମ ଦଳରେ ଥିବା ସମସ୍ତ ମହିଳା ସବଳ। ମୁଁ ନିର୍ମଳା ଏବଂ ମୁଁ ସର୍ବଦା ନିର୍ମଳା ହୋଇ ରହିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସମସ୍ତ ମହିଳା ସବଳ। ପଞ୍ଚାୟତ ସ୍ତରରୁ କାର୍ଯ୍ୟନିର୍ବାହୀ ସ୍ତର ଯାଏ ସବୁଠି ଆମ ଦଳ ମହିଳାଙ୍କୁ ସଶକ୍ତ କରିଛି। ତେଣୁ ଆମର ପ୍ରତିଟି ମହିଳା ସବଳ।”

ସେ କହିଛନ୍ତି ଯେ, “କୁହାଯାଉଛି ମୁଁ ସବୁଠାରୁ ଖରାପ ଅର୍ଥମନ୍ତ୍ରୀ। ହେଲେ ମୁଁ ମୋର କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ହିଁ କିଛି ଲୋକ ନିଜର ନିଷ୍ପତ୍ତି ଶୁଣାଇ ସାରିଲେଣି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ମୋତେ କିଛି ପ୍ରସ୍ତାବ ଦିଅନ୍ତୁ ଏବଂ ଆମେ ମିଳିତ ଭାବେ ବସି ଅର୍ଥନୀତି କେମିତି ଆଗକୁ ବଢ଼ିବ, ସେକଥାକୁ କାର୍ଯ୍ୟକାରୀ କରିବା। ଯଦି କେହି ଅନ୍ୟମାନଙ୍କ କଥା ଶୁଣି କାର୍ଯ୍ୟକାରେ ଏବଂ ଏହାକୁ ଗ୍ରହଣ କରେ, ତା’ହେଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର। ତେଣୁ ଏହାକୁ ନେଇ ଚିନ୍ତା କରିବାର କାରଣ ନାହିଁ।”

Comments are closed.