Odisha Link
Bridging the Missing Links in Odisha

ଫାଟିଲା ଗ୍ୟାସ୍‌ ଟାଙ୍କି, ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହରିପୁର ଗାଁରେ ରୋଷେଇ ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଗୀତାଞ୍ଜଳି ପ୍ରଧାନ ନାମକ ଜଣେ ମହିଳା ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଏହା ଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀ ଗୀତାଞ୍ଜଳି ଜଳି ଯାଉଥିବା ଦେଖି ସ୍ୱାମୀ ତପନ ପ୍ରଧାନ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ଓଲଟା ନିଆଁ ତାଙ୍କ ଦେହରେ ବି ଲାଗିଗଲା।
ଏହାଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ନିଆଁରେ ପୋଡ଼ି ହୋଇଯାଇଥିଲେ। ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ତେବେ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି।

Comments are closed.