Odisha Link
Bridging the Missing Links in Odisha

ଏଡସ୍‌ ରୋଗୀଙ୍କ ଅଇଁଠା ପାଣି ପିଇ ସଚେତନ କରାଇଲେ ଏଡିଏମ୍

ଅନୁଗୋଳ: ସମାଜରେ ଏଡସ୍‌ ରୋଗୀଙ୍କୁ ବାସନ୍ଦ ଉପରେ ସଚେତନତା ପାଇଁ ଡିସେମ୍ବର ୧ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଏଡସ୍‌ ଦିବସ। ଏଡସ୍‌ ରୋଗୀଙ୍କୁ ଛୁଇଁଲେ କିମ୍ବା ତାଙ୍କ ସହ ଖିଆପିଆ କରିଲେ ଏହି ରୋଗ ସଂକ୍ରମଣ ହୋଇ ନଥାଏ ଏହି ବାର୍ତା ଦେବା ନିମନ୍ତେ ରବିବାର ଏଡସ୍‌ ସଚେତନତା ସଭାରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ୨ ଜଣ ଏଡସ୍‌ ରୋଗୀଙ୍କ ଅଇଁଠା ପାଣି ପିଇ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଥିଲେ ସଚେତନତା ବଦୁବେଳେ ବିପଦରୁ ରକ୍ଷା କରିଥାଏ । ଘର ଠାରୁ ବାହାରେ ରହୁଥିବା ବ୍ୟକ୍ତି ନିଗେ ସଚେତନ ହେବା ସହ ବନ୍ଧୁ ପରିଜନଙ୍କୁ ମଧ୍ୟ ସଚେତନ କରାଇବା ଜରୁରୀ।

Comments are closed.