Odisha Link
Bridging the Missing Links in Odisha

ବାଙ୍ଗିରିପୋଷି ଷ୍ଟେସନରେ ଡିଏମ୍‌ୟୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ବାଙ୍ଗିରିପୋଷି-ବାଲେଶ୍ବର ଡିଏମୟୁ ଟ୍ରେନରେ ଲାଗିଛି ନିଆଁ। ସର୍ଟ ସର୍କିଟ ଯୋଗୁଁ ଆଜି ଅପରାହ୍ନରେ ନିଆ ଲାଗିଛି।
ତେବେ ଷ୍ଟେସନରେ ବାଙ୍ଗିରିପୋଷି ଟ୍ରେନ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଥିଲା। ଖବର ପାଇ ଷ୍ଟେସନରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରେନଟି ଚେକିଂ ପରେ ପୁଣି ବାଲେଶ୍ବର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ରହଛି। ଦିନ ୧.୦୫ ମିନିଟର ଷ୍ଟେସନରେ ଟ୍ରେନ ଲାଗିବା ପରେ ନିଆଁ ଲାଗିଥିଲା । ପ୍ରଥମେ ଟ୍ରେନ୍‌ର ବ୍ୟାଟେରିରେ ନିଆଁ ଲାଗିବା ପରେ ଚାରିଆଡ଼କୁ ବ୍ୟାପିଥିଲା ।

Comments are closed.