Odisha Link
Bridging the Missing Links in Odisha

ଆଜିଠୁ ଇଗ୍ନୋ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ଟର୍ମ ଏଣ୍ଡ୍‌ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ଜାନୁଆରି ୩ରେ ଶେଷ ହେବ।। ଏହି ପରୀକ୍ଷା ପାଇଁ ୮୨୫ କେନ୍ଦ୍ର ଖୋଲାଯାଇଥିବା ବେଳେ ୧୬ ଗୋଟି ଅନ୍ତରାଷ୍ଟ୍ରୀୟ ପରୀକ୍ଷା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ଏହି ବର୍ଷ ୬ ଲକ୍ଷ ୩୯ ହଜାର ୪୪୦ ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପ୍ରବେଶ ପତ୍ର ପ୍ରେରଣ କରାଯାଇଛି ଏବଂ ଇଗ୍ନୋର ୱେବ୍‌ସାଇଟ୍‌ରେ ମଧ୍ୟ ପ୍ରବେଶ ପତ୍ରକୁ ଉପଲବ୍ଧ କରାଯାଇଛି। ପରୀକ୍ଷାର୍ଥୀ ସିଧାସଳଖ ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରୁ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ। ଏଥିସହ ପରୀକ୍ଷାର୍ଥୀମାନେ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପା‌ରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଭିନ୍ନ ପ୍ରବେଶ ପତ୍ର ଜାରି କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Comments are closed.