Odisha Link
Bridging the Missing Links in Odisha

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ

ଭୁବନେଶ୍ବର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଭୋର ସାଢେ ୪ଟାରେ ୫-ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ମନ୍ଦିର ବାହାର ଓ ଭିତରର ଉନ୍ନୟନ କାମର ତଦାରଖ କରିଛନ୍ତି।
ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିରେ ନୂଆ ମାର୍କେଟ୍ କମ୍ପ୍ଲେକ୍ସ ସହ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାମ କିଭଳି ଚାଲିଛି ତାର ତଦାରଖ ପାଇଁ ୫-ଟି ସଚିବ ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ। ତାଙ୍କ ସହ ଡିସିପି ଅନୁପ ସାହୁ, ପୂର୍ତ୍ତ ସଚିବ କ୍ରିଷ୍ଣନ୍ କୁମାର, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ।

Comments are closed.