Odisha Link
Bridging the Missing Links in Odisha

ଜାନୁଆରିରୁ ମହଙ୍ଗା ହେବ ମାରୁତି କାର୍ ମୂଲ୍ୟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରିରୁ ମାରୁତି ସୁଜୁକିର ବିଭିନ୍ନ ମଡେଲର କାର୍‌ର ମୂଲ୍ୟ ମହଙ୍ଗା ହେବାକୁ ଯାଉଛି। କମ୍ପାନି ପକ୍ଷରୁ ଏହି କାର୍‌ର ମୂଲ୍ୟ ବୃଦ୍ଧି ବାବଦରେ ଘୋଷଣା କରାଯାଇଛି। କାର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି ବୋଲି କମ୍ପାନି ପକ୍ଷରୁ ସୂଚନାମିଳିଛି। ମାରୁତି ସୁଜୁକି ଏକାଧିକ ମଡେଲ ଗାଡ଼ି ରହିଥିବେ ବେଳେ ପ୍ରତ୍ୟେକ ମଡେଲ ପାଇଁ ମୂଲ୍ୟ ବୃଦ୍ଧି ଭିନ୍ନ ଭିନ୍ନ ରହିବ। ଏଣ୍ଟ୍ରି ଲେଭେଲରେ ଅଲ୍ଟୋଠାରୁ ଆରମ୍ଭ କରି ପ୍ରିମିୟମ ମଲ୍ଟି ପର୍ପୋଜ୍ ଯାନ ଏକ୍ସଏଲ୍‌୬ ମଧ୍ୟ ରହିଛି। ଦିଲ୍ଲୀରେ ମାରୁତି କାର ଗୁଡ଼ିକର ଏକ୍ସ ସୋ’ରୁମ୍ ମୂଲ୍ୟ ୨ ଲକ୍ଷ ୮୯ ହଜାର ଟଙ୍କାରୁ ଆରମ୍ଭ କରି ୧୧ ଲକ୍ଷ ୪୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

Comments are closed.