Odisha Link
Bridging the Missing Links in Odisha

ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ!

ଯାଜପୁର: ଜଣେ ମଦ୍ୟପ ଶିକ୍ଷକଙ୍କ ଅଭାବନୀୟ କାଣ୍ଡ ଦେଖିବାକୁ ମଳିଛି। ମଦ ନିଶାରେ ମାତାଲ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। ଜଣେ ମାତାଲ ଶିକ୍ଷକ ମଦ ନିଶାରେ କୁନି କୁନି ପିଲାଙ୍କୁ ମଝି ରାସ୍ତାରେ ଆଣ୍ଠେଇ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲରେ ଏହି ଘଟଣା ଘଟିଛି। ମାତାଲ ଶିକ୍ଷକଙ୍କ ଏଭଳି ଆଚରଣର ଏକ ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି।
ସମ୍ପୃକ୍ତ ଶିକ୍ଷକ ଜଣକ ହେଲେ ମକରନ୍ଦ ମହାନ୍ତି। ସେ ଦୈନିକ ମଦ୍ୟ ପାନ କରି ସ୍କୁଲ ଆସୁଥିବା ଅଭିଯୋଗ ହୋଇଛି । ଗତକାଲି ବି ସେ ମଦ ପିଇ ସ୍କୁଲକୁ ଆସିଥିଲେ। ଯାହାକୁ ନେଇ ପିଲାମାନେ ହୋହଲ୍ଲା କରିଥିଲେ। ଏନେଇ ରାଗିଯାଇ ଶିକ୍ଷକ ଶ୍ରୀ ମହାନ୍ତି ପିଲାମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଏପରିକି ମଦ ନିଶାରେ ଚୁର ଶ୍ରୀ ମହାନ୍ତି ପିଲାଙ୍କ ମଝିରେ ଫଟୋ ପୋଜ ବି ଦେଇଥିଲେ।

Comments are closed.