Odisha Link
Bridging the Missing Links in Odisha

ବିଳମ୍ଵରେ ହେଲେ ବି ଭଲ ପଦକ୍ଷେପ : ଜୟା ବଚ୍ଚନ

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଆଜି ପୁଲିସ ଏନକାଉଣ୍ଟରରେ ନିହତ କରିବା ପ୍ରସଙ୍ଗକୁ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସମର୍ଥନ କରିଛନ୍ତି। ସେ ନିଜର ପ୍ରତିକ୍ରିୟରେ କହିଛନ୍ତି ଯେ କିଛି ନହେବାଠାରୁ ବିଳମ୍ଵରେ ହେବା ବହୁ ଭଲ ।

ପୂର୍ବରୁ ଜୟା ଏହି ଘଟଣାକୁ ନେଇ ସଂସଦରେ ନିଜର ମତ ରଖିଥିଲେ। ଉନ୍ନାଓ ଓ ଅନ୍ୟ ଦୁଷ୍କର୍ମ ଘଟଣାରେ ବଳାତ୍କାରୀଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ଜୟା ବଚ୍ଚନ ଆହୁରି କହିଛନ୍ତି ଯେ ଯେଉଁମାନେ ମହିଳା ଏବଂ ଶିଶୁମାନଙ୍କ ଉପରେ କରାଯାଉଥିବା ଏଭଳି ଜଘନ୍ୟ କାଣ୍ଡରୁ ସେମାନଙ୍କୁ ରକ୍ଷା କରିପାରୁ ନାହାନ୍ତି, ସେମାନେ ଲଜ୍ଜିତ ହେବା ଉଚିତ।

Comments are closed.