Odisha Link
Bridging the Missing Links in Odisha

ମିଶି ପାରିବେନି କାଳିଆ-କିଷାନ: ବିଜେପି

ଭୁବନେଶ୍ୱର: କାଳିଆ-କିଷାନ ଯୋଜନାକୁ ନେଇ ବଢ଼ିଲା ରାଜନୀତି। ଗତକାଲି କାଳିଅେ-କିଷାନ ଯୋଜନା ମିଶ୍ରିତ ହେବ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହି ଉଭୟ ଯୋଜନା ମିଶି ପାରିବ ନାହିଁ ବୋଲି କହିଛି ଭାରତୀୟ ଜନତା ପାର୍ଟି। କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶି ପାରିବ ନାହିଁ। ଓଡ଼ିଶା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି ଓ ଗୋଲକ ମହାପାତ୍ର ଏଭଳି କହିଛନ୍ତି।

ପ୍ରେସ୍‌ ମିଟରେ କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ହେଉଛି ରାଜ୍ୟ ସରକାରଙ୍କ ଯୋଜନା। ପିଏମ କିଷାନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା। ପିଏମ୍ କିଷାନ ଯୋଜନା ସହ କାଳିଆ ଯୋଜନା ମିଶି ପାରିବନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରିତ କରିବା ସହ ଭୁଆଁ ବୁଲାଛନ୍ତି। ଏଥିସହ କାଳିଆ ଯୋଜନାରେ ରାଜ୍ୟ ସରକାର କେତେ ଲୋକଙ୍କୁ ଅନୁଦାନ ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଉଭୟ ବିଜେପି ନେତା ଦାବି କରିଛନ୍ତି।

ପ୍ରକାଶ ଥାଉକି ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଳିଆ ଓ ପିଏମ କିଷାନ ଯୋଜନା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ଠିକ ନୁହେଁ । ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଲୁ ରହିବ। ଏହା ସହିତ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ମଧ୍ୟ ଚାଲିବ। କାଳିଆ ପାଇଁ ରାଜ୍ୟ ସରକାର ଦେଉଥିବା ସହାୟତା ରାଶି କମିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ରାଶି ଯିବ। କାଳିଆ ଲାଭ ଚାଷୀଙ୍କ ପାଖକୁ ଯିବ। କାଳିଆର ଦ୍ୱିତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଦିଆଯାଉଛି। କାଳିଆରେ ରାଜ୍ୟର ଭୂମିହୀନ କୃଷି ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ୧୨ ହଜାର ୫୦୦ ଟଙ୍କା ଦିଆଯିବ। ଏହା ଦ୍ୱାରା ଚାଷୀମାନେ କୁକୁଡ଼ା, ବତକ ଓ ଛତୁ ଚାଷ କରି ତାଙ୍କ ଜୀବିକା ନିର୍ବାହ କରିପାରିବେ। କାଳିଆ ଯୋଜନା ନିୟମାବଳୀ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।

ପ୍ରକାଶ ଯେ, ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିଲା ବେଳେ ସରକାରୀ ଦ୍ୱିତୀୟ କିସ୍ତି ଦେବାକୁ ବିଚାର କରିଛନ୍ତି। ‘କାଳିଆ’ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିଲା ବେଳେ ଯୋଗ୍ୟ ମଧ୍ୟ ବାଦ ପଡ଼ିଛନ୍ତି । ଏବେ ‘କାଳିଆ’କୁ ‘କିଷାନ’ ରେ ବିଲୟ କରିବାକୁ ରାଜ୍ୟ ବିଚାର କରୁଛି। ଆନ୍ଧ୍ର ପ୍ରଦେଶ ସରକାର ‘ଅନ୍ନଦାତା ସୁଖିଭବ’ଯୋଜନାକୁ ଯେଉଁଭଳି କିଷାନରେ ଗତ ଫେବୃୟାରୀରେ ବିଲୟ କରିଛି, ସେଇ ଢ଼ାଞ୍ଚାରେ ଓଡ଼ିଶା ସରକାର ମଧ୍ୟ ‘କାଳିଆ’କୁ ବିଲୟ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି।

Comments are closed.