Odisha Link
Bridging the Missing Links in Odisha

ଭୁଲ ଚାଲାଣ କାଟିଥିଲେ ଟଙ୍କା ଫେରସ୍ତ କରାଯିବ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର:  ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ରାଜ୍ୟରେ ବାଇକ ଓ କାର ଚାଳକ ଭୟଭୀତ ହୋଇପଡ଼ିଥିବାବେଳେ ଲୋକମାନେ ସଚେତନ ହେଉଥିବା ଦେଖିବାକୁ ମିଳିଛି। ତେବେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି । କେତେବେଳେ କାର ଚାଳକଙ୍କ ଠାରୁ ହେଲମେଟ ପିନ୍ଧିନଥିବାରୁ ଚାଲାଣ କଟାଯାଇଛି ତ ଆଉ କେବେ ଗାଡ଼ି ସଡ଼କରେ ଗଡ଼ିନଥିଲେ ବି ଓଭରସ୍ପିଡ଼ିଂ ନେଇ ଚାଲାଣ କଟାଯାଉଛି । ଏହାକୁ ନେଇ ଅନେକ ଚାଳକ ଅଭିଯୋଗ କରିଛନ୍ତି । ପରିବହନ ୱେବସାଇଟମାନଙ୍କରେ ଏଭଳି ତ୍ରୁଟିକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କେତେକ ପୁଲିସ ବି ଜାଣିଶୁଣି ଚାଳକମାନଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆସିଛି। ଏସବୁ ଅଭିଯୋଗକୁ ଅନୁଶୀଳନ କରିବା ପରେ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ଭୁଲ ଚାଲାଣ କଟିଥିବାର ପ୍ରମାଣ ଦେଲେ ସରକାର ତାଙ୍କୁ ଟଙ୍କା ଫେରସ୍ତ କରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘୋଷଣା କରିଛନ୍ତି । ପରିବହନ ମନ୍ତ୍ରୀଙ୍କ ଏଭଳି ଘୋଷଣା ଏବେ ଅନେକ ଚାଳକଙ୍କ ମନରେ ଖୁସି ଭରିଦେଇଛି ।

Comments are closed.