Odisha Link
Bridging the Missing Links in Odisha

ଅଜିତ ପୱାରଙ୍କୁ କ୍ଲିନଚିଟ୍‌

ମୁମ୍ବାଇ: ଏନସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ କ୍ଳିନଚିଟ୍‌ ମିଳିଛି। ଅଜିତଙ୍କୁ ଏହି କ୍ଲିନ୍‌ଚିଟ୍‌ ରାଜ୍ୟର ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି) କ୍ଲିନଚିଟ୍‌ ଦେଇଛି। ଯାହାଫଳରେ ସେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି।

ଗତ ନଭେମ୍ବର ୨୭ରେ ଏସିବି ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ବିଦର୍ଭ ଜଳସେଚନ ବିକାଶ ନିଗମ(ବିଆଇଡିସି)ର ଅଧ୍ୟକ୍ଷ ଅଜିତ ପୱାରଙ୍କୁ ଏହି ଦୁର୍ନୀତି ପାଇଁ ଦାୟୀ କରାଯାଇପାରିବ ନାହିଁ। କାରଣ ଅଜିତଙ୍କ ନିକଟରେ କୌଣସି ବୈଧାନିକ ଦାୟିତ୍ଵ ନାହିଁ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଜଳସେଚନ ବିଭାଗରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କୌଣସି କାର୍ଯ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା।

Comments are closed.