Odisha Link
Bridging the Missing Links in Odisha

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଯୁକ୍ତ ଦୁଇର ୧୦ ଜଣ ମେଧିାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଛନ୍ତ୍ରୀ ମୁଖ୍ୟମନ୍ତ୍ରୀ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର। ଏଥିରୁ ଅନୂସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ୫ ହଜାର ୫୦୯ ଜଣ, ସାଧାରଣ ବର୍ଗର ୯,୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ଚଳିତବର୍ଷ ଓସିଏସି ମାଧ୍ୟମରେ ଲାପଟପ୍ ସଂଗ୍ରହ କରାଯାଇ ୩୦ଟି ନୋଡାଲ୍ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଥାଉକି, ବିଜୁ ଶସକ୍ତିକରଣ ଯୋଜନାରେ ଯୁକ୍ତ-୨ର ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୧୩ ମସିହାରୁ ମାଗଣାରେ ଲାପଟପ୍ ବଣ୍ଟନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦ ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯାଇଛି। ଚଳିତବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ଏହା ଫଳରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି।

Comments are closed.