Odisha Link
Bridging the Missing Links in Odisha

ସୋମବାର ଦାୟିତ୍ବ ଗ୍ରହଣ କରିବେ ନୂଆ ପୁଲିସ ଡିଜି

କଟକ : ରାଜ୍ୟ ପୁଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଡିସେମ୍ବର ୯ ତାରିଖରେ ଯୋଗଦେବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ଜାନୁଆରି ୨ ତାରିଖରୁ ଅଭୟ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପୁଲିସ ବିଭାଗର ଡିଜି ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ବଦଳରେ ଅଭୟ ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ବ ଗ୍ରହଣ କରିବେ। ସୂଚନା ମୁତାବକ ସୋମବାର ଦିନ କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Comments are closed.