Odisha Link
Bridging the Missing Links in Odisha

ପିଆଜ ସମସ୍ୟା ଜାତୀୟ ବିପତ୍ତି: ରଣେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ତେବେ ଏବେ ପିଆଜ କିଣିଲେ ଆଖିରୁ ଲୁହା ବାହାରୁଛି। ଏହାର କାରଣ ହେଉଛି ପିଆଜର ଅମୁଲ ମୂଲ। ଚଳିତ ବର୍ଷ ପିଆଜର ଦର ବୃଦ୍ଧିକୁ ନେଇ ସର୍ବକାଳୀନ ରେକର୍ଡ ହୋଇଛି। ତେବେ ଏହି ପିଆଜ ଦର ଅଣାୟତ୍ତ ହୋଇଯାଇଥିବା କଥାକୁ ମାନିଛନ୍ତି ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ଖାଲି ସେତିକି ନୁହେଁ ପିଆଜ ସମସ୍ୟାକୁ ଜାତୀୟ ବିପତ୍ତି ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ପିଆଜ ଦର ବୃଦ୍ଧି ପାଇଁ ପରିବେଶ ସନ୍ତୁଳନର ଅଭାବ ଓ ବାୟୁ ପ୍ରଦୂଷଣ ଦାୟୀ। ଏହା କେବଳ ଆମର ନୁହେଁ, ସାରା ଭାରତ ବର୍ଷର ସମସ୍ୟା। ନାସିକରେ ଏକର ପିଛା ୩ଟନ ପିଆଜ ଉପôାଦନ ହେଉଥିଲା। କିନ୍ତୁ ଏବେ ୧୦ କ୍ୱିଣ୍ଟାଲରେ ସୀମିତ ରହିଛି। ଭାରତରେ ଦୈନିକ ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦରକାର। ଇଜିପ୍ଟରୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆସୁଛି। ତେଣୁ ବର୍ତ୍ତମାନ ସ୍ଥିତିକୁ ଜାତୀୟ ବିପତ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

Comments are closed.