Odisha Link
Bridging the Missing Links in Odisha

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଏହି ଖାଦ୍ୟ

ଭୁବନେଶ୍ବର : ଆଜିକାଲିର ଜୀବନଶୈଳି ଯୋଗୁଁ ଅନେକ ଲୋକ ଛୋଟ ବଡ଼ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡାଇବେଟିସ୍‌ ଗୋଟେ ଏମିତି ରୋଗ ଯାହାର ଭଲ ହେବା ଏତେ ସହଜ ନୁହଁ । କିନ୍ତୁ ନିଜ ଖାଦ୍ୟ ପ୍ରତି ଧାୟନ ଦେଲେ କିଛିଟା ପରିମାଣରେ ଡାଇବେଟିସ୍‌ ରୁ ସୁଫଳ ମିଳିଥାଏ ।

ଅନେକ ଲୋକ ଜାଣିନଥିବେ କଳାଜିରା ଡାଇବେଟିସ୍‌ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କାରଣ କଳାଜିରାରେ ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ ଭଳି ଅନେକ ପୋଷକ ତତ୍ତ୍ୱ ଥାଏ ,ଯାହା ସ୍ବାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।

ଡାଇବେଟିସ୍‌ ରୋଗୀ ସକାଳୁ ଅଳ୍ପ ଉଷୁମ ପାଣିରେ କଳାଜିରା ପକାଇ ଖାଇଲେ ଫଳପ୍ରଦ ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହେବା ସହ ହଜମ ମଧ୍ୟ ହୋଇଥାଏ। ଆସ୍ଥମା ରୋଗୀଙ୍କ ପାଇଁ ମଧ୍ୟ କଳାଜିରା ବେଶ୍‌ ଉପକାରୀ ଅଟେ । ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ମଧ୍ୟ କଳାଜିରା ଲାଭପ୍ରଦ ହୋଇଥାଏ।

Comments are closed.