Odisha Link
Bridging the Missing Links in Odisha

ଆଜି ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ସାଢେ ୭ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ରାଜଭବନ ଯିବେ। ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି।
ଆସନ୍ତାକାଲି ଦିନ ୧୦ଟା ୧୦ରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଅବତରଣ କରିବେ। ସେଠାରୁ ସଡ଼କ ପଥରେ ସଭାସ୍ଥଳକୁ ଯିବେ। ବରୁଣେଇ ପାହାଡ଼ ପାଦ ଦେଶରେ ଥିବା ପାଇକ ବିଦ୍ରୋହ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରିବେ। ବରୁଣେଇ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବରେ ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ମଧ୍ୟ ସାମିଲ ହେବେ।

Comments are closed.