Odisha Link
Bridging the Missing Links in Odisha

କର୍ଣ୍ଣାଟକ ଉପନିର୍ବାଚନ: ବିଜେପି ଆଗରେ, କଂଗ୍ରେସ କହିଲା..

ବେଙ୍ଗାଲୁରୁ: ଚାଲିଛି କର୍ଣ୍ଣାଟକ ଉପନିର୍ବାଚନ ଭୋଟ ଗଣତି। ଆଉ ଅଳ୍ପ ସମୟ ପରେ କିଏ ବାଜି ମାରିଛି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯିବ। ହେଲେ ଭୋଟ ଗଣତି ଚାଲିଥିବା ବେଳେ ମିଳିଥିବା ତଥ୍ୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି। ଅନ୍ୟପଟେ କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି।ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ସେହିଭଳି କଂଗ୍ରେସ ୨ଟି ଆସନରେ, ଜେଡିଏସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଜଣେ ଭୋଟ ଗଣତି ବେଳେ ଆଗୁଆ ରହିଛନ୍ତି।

ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ପରାଜୟକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

Comments are closed.