Odisha Link
Bridging the Missing Links in Odisha

ଦାୟିତ୍ବ ନେଲେ ଡିଜିପି ଅଭୟ, କହିଲେ ଫୋକସରେ ୬ଟି ପ୍ରସଙ୍ଗ

କଟକ: ଆଜି ନୂତନ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ସେ ନୂଆ ପୋଲିସ ଡିଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅନ୍ତରୀଣ ପୋଲିସ ଡିଜି ସତ୍ୟଜିତ ମହାନ୍ତିଙ୍କଠାରୁ ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି ଅଭୟ। ଗତ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଓଡ଼ିଶା ପୋଲିସର ଡିଜି ଭାବେ ନିଯୁକ୍ତି ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ ଡିସିପି ପ୍ରମୁଖ ବିମାନ ବନ୍ଦରରେ ଡିଜିପି ଅଭୟଙ୍କୁ ସ୍ୱାଗତ କରିଥିଲେ ।

ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଡିଜି ଅଭୟ। ସେ କହିଛନ୍ତି ଯେ, ବିଶେଷ କରି ୬ଟି ପ୍ରସଙ୍ଗରେ ମୁଁ ଗୁରୁତ୍ବ ଦେବି।
୧- ମୋ ସରକାରକୁ କ୍ରିୟାଶୀଳ କରିବା
୨- ୫’ଟି’କୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଇବା
୩- ମହିଳାଙ୍କ ଉପରେ ହେଉଥିବା ଅନ୍ୟାୟକୁ ନିୟନ୍ତ୍ରଣ
୪- ନକ୍ସଲ ଉପଦ୍ରବକୁ ନିୟନ୍ତ୍ରଣରେ ରଖିବା
୫- ଭିନ୍ନ ଭିନ୍ନ ମାଫିଆ ମାନଙ୍କ ଉପରେ ସ୍ବତନ୍ତ୍ର ପ୍ରସ୍ତୁତି
୬- ତଦନ୍ତ ପ୍ରକ୍ରିୟାରେ ଆହୁରି ଉନ୍ନତି ଆଣିବା
ଏହି ସବୁ ପ୍ରସଙ୍ଗରେ ଗୁରୁତ୍ବ ଦେବି ବୋଲି କହିଛନ୍ତି ଡିଜିପି ଅଭୟ।

Comments are closed.