ମହିଳା ସହକର୍ମୀଙ୍କୁ ଅସଦାଚରଣ

ଭୁବନେଶ୍ବର: ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏକ ସଂସ୍ଥାର ୩ଜଣ ଉଚ୍ଚପଦସ୍ଥ ଅଧିକାରୀ ଅଫିସ୍ରେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି। ଅଫିସ୍ରେ କେହି ନଥିବା ସମୟରେ ଉପରିସ୍ଥ ଅଧିକାରୀ ଚାମ୍ବରକୁ ଡାକି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ସହ କଥା ନ ମାନିଲେ ଚାକିରି ଯିବାର ଧମକ ଦେଇଥିବା ଖବର ଜଣା ପଡିଛି। ଅଭିଯୁକ୍ତ ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବିରୋଧରେ ମହିଳା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗକୁ ୪୮ ଘଣ୍ଟା ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ୩ ଅଭିଯୁକ୍ତ ଅଧିକାରୀଙ୍କ ମଧ୍ୟରୁ ଦୁଇଜଣ ଅଧିକାରୀଙ୍କୁ ପୁଲିସ ପଚରାଉଚରା କରି ଛାଡ଼ି ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଫିସ୍ ଆସୁ ନଥିବା ଜଣା ପଡିଛି। ପୁଲିସ ସେହି ସମୟର ଭିଡିଓ ଫୁଟେଜ୍ ମଗାଇ ଥିବାବେଳେ ପ୍ରମାଣ ପାଇବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଅଧିକାରୀମାନେ ହେଉଛନ୍ତି ଦୀପକ ଶ୍ରୀବାସ୍ତବ, ସନ୍ତୋଷ ସାମଲ ଓ ଦେବୀ ପ୍ରସାଦ ପଟ୍ଟନାୟକ।