Odisha Link
Bridging the Missing Links in Odisha

ପ୍ରତିଷ୍ଠା ହେବ ୪୫ ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ। ୪୫ଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମଧ୍ୟରୁ ୨୧ ଗୋଟି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିବ। ସମସ୍ତ ୨୪ ଗୋଟି କୋର୍ଟରେ ପୋକ୍ସୋ ମାମଲାଗୁଡିକର ବିଚାର କରାଯିବ। ଏହି ବାବଦରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ ହାଇକୋର୍ଟରେ ୧୪ଟି ବିଚାରପତିଙ୍କ ପଦବୀ ଖାଲି ପଡିଛି। ଏହି ଖାଲି ପଦବୀଗୁଡିକୁ ତୁରନ୍ତ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯାହା ଫଳରେ ମାମଲା ଗୁଡିକର ତଦନ୍ତ ଶୀଘ୍ର ହୋଇପାରିବ।

Comments are closed.