Odisha Link
Bridging the Missing Links in Odisha

ଫୋନ୍‌ ଚାର୍ଜରେ ବ୍ୟକ୍ତିଗତ ତଥ୍ୟ ଚୋରି !

ନୂଆଦିଲ୍ଲୀ: ଦିନକୁ ଦିନ ଫୋନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ଏଥିସହ ବିପଦ ମଧ୍ୟ ବଢିବାରେ ଲାଗିଛି। ଲୋକଙ୍କ ପାଇଁ ଫୋନ ଏବେ ନିହାତି ଆବଶ୍ୟକ ସାମଗ୍ରୀ ପାଲଟି ଯାଇଛି। ମୋବାଇଲ ବିନା ସମୟ କାଟିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ଫଳରେ ଫୋନରେ ଚାର୍ଜ ସରିଲା ମାତ୍ରେ ଫୋନ୍‌ ଚାର୍ଜ ପାଇଁ ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି। ଅନେକ ଥରଆମମାନଙ୍କୁ ବିମାନବନ୍ଦର, ରେଳ ଷ୍ଟେସନ, ରେଳ କିମ୍ବା ହୋଟେଲରେ ଫୋନ୍‌ ଚାର୍ଜ କରିବାର ଆବଶ୍ୟକତା ପଡିଥାଏ। ଏବେ କିନ୍ତୁ କୌଣସି ସ୍ଥାନରେ ଫୋନ୍‌ ଚାର୍ଜ କରିବା ପୂର୍ବରୁ ସାବଧାନ ଅବଲମ୍ବନ କରନ୍ତୁ ନଚେତ ପରେ ହଇରାଣ ହେବା ସହ ଅସୁବିଧାରେ ପଡ଼ି ପାରନ୍ତି।

ଫୋନ ଚାର୍ଜ କରିବା ଜରିଆରେ ହ୍ୟାକର୍ସମାନେ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ ନେବା ଭଳି ଘଟଣା ସାମ୍ନାକୁ ଆସିଛି। ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ, ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଉଛନ୍ତି। ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଲୋକମାନଙ୍କୁ ଟୁଇଟ କରି ସାବଧାନ ହେବାକୁ ପରାମର୍ଶ ଦେଇଛନ୍ତି । ବ୍ୟାଙ୍କ କହିଛି , କୌଣସି ସର୍ବସାଧରଣ ସ୍ଥାନରେ ଫୋନ ଚାର୍ଜ କରିବା ପୂର୍ବରୁ ଅନେକ ଥର ଭାବନ୍ତୁ ଓ ସଚେତନ ରୁହନ୍ତୁ। ଏୟାରପୋର୍ଟ, ରେଳ ଷ୍ଟେସନ, ଟ୍ରେନ କିମ୍ବା ହୋଟେଲରେ ଫୋନ୍‌ ଚାର୍ଜ କରନ୍ତୁ ନାହିଁ।

Comments are closed.