Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର: ବାଲୁଖଣ୍ଡ ଅଭୟାରଣ୍ୟର କାଠ ଏଥର ପୁରୀ ଶ୍ରୀମନ୍ଦିରକୁ ଯିବ। ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ ଯିବ। ଫାନି ବାତ୍ୟାରେ ନଷ୍ଟ ହୋଇଥିବା ୧୫ ଲକ୍ଷ କ୍ୱିଣ୍ଟାଲ କାଠ ଶ୍ରୀମନ୍ଦିରକୁ ଯିବ। କାଠ ପଠାଯିବା ନେଇ ରାଜ୍ୟ ବନ୍ୟ ପ୍ରାଣୀ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନନ୍ଦନକାନନ ରୋପୱେ ପାଇଁ ୩୬ଟି ଗଛ କଟାଯିବ ବୋଲି ସୂଚନା ଦେଇଛନ୍ତି।

Comments are closed.