Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ପ୍ରତିନିଧି

ଭୁବନେଶ୍ୱର: ବିବାଦୀୟ ନାଗରିକତା ସଂଶୋଧନ ବିଲ ଲୋକସଭା ପରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ଲୋକସଭାରେ ୩୧୧-୮୦ ଭୋଟରେ ଏହି ବିଲ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୨୫-୧୦୫ ଭୋଟରେ ପାସ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହି ବିଲକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଚାଲିଥିବା ଆନେ୍ଦାଳନ ହିଂସାତ୍ମକ ମୋଡ଼ ନେଇଛି। ତେବେ ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ମୁସଲିମ ପ୍ରତିନିଧି ଦଳ ଭେଟିଛନ୍ତି । ଭଦ୍ରକ ଜିଲ୍ଲା ଚଉଦ ମହଲା ମୁସଲିମ ଜମାତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହ ନାଗରିକତା ସଂଶୋଧନ ଆଇନ ଦ୍ୱାରା ସେମାନେ ଭୟଭୀତ ବୋଲି ଜଣାଇଛନ୍ତି। ତେବେ ଏନେଇ ଭୟ ନକରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିବା ସମ୍ପୃକ୍ତ ପ୍ରତିନିଧିଦଳ କହିଛନ୍ତି । ଏଥିସହ ସମ୍ପୃକ୍ତ ପ୍ରତିନିଧି ଦଳ ଭବିଷ୍ୟତରେ ଓଡ଼ିଶାରେ ଏନଆରସି ଲାଗୁ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Comments are closed.