Odisha Link
Bridging the Missing Links in Odisha

ଟ୍ୱିଙ୍କଲଙ୍କୁ ଅକ୍ଷୟଙ୍କ ପିଆଜ ଉପହାର

ମୁମ୍ବାଇ: ଏବେ ପିଆଜ ସଙ୍କଟକୁ ନେଇ ସାରା ଦେଶରେ ସମସ୍ୟା ଦେଖା ଦେଇଥିବା ବେଳେ ପିଆଜରେ ତିଆରି ଇୟର ରିଂ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ଏବେ ସୋଶାଲ ମିଡ଼ିଆରେ ଏବଂ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଆଜରେ ତିଆରି ଇୟର ରିଙ୍ଗସ୍ ର ଫଟୋ ପୋଷ୍ଟ କରିଛନ୍ତି। ସବୁଠୁ ମଜାଦାର କଥା ଯେ ଏହି ଇୟର ରିଙ୍ଗସ ତାଙ୍କ ସ୍ୱାମୀ ଅକ୍ଷୟ କୁମାର ତାଙ୍କୁ ଦେଇଛନ୍ତି।

https://www.instagram.com/p/B5-n4WOFwoh/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଫଟୋରେ ଏକ ଯୋଡ଼ା ଇୟରର ରିଙ୍ଗସ ଅଛି, ଯେଉଁଥିରେ ପିଆଜ ଲାଗିଛି । ଏହି ଫଟୋକୁ ସେୟାର କରି ଟ୍ୱିଙ୍କଲ ଲେଖିଛନ୍ତି ଯେ, କପିଲ ଶର୍ମାଙ୍କ ସୋ’ରେ ଫିଲ୍ମ ‘ଗୁଡ୍‌ନ୍ୟୁଜ୍‌’ର ପ୍ରମୋସନ ସମୟରେ ଏହି ଇୟରରିଙ୍ଗସ କରୀନାଙ୍କୁ ଦିଆଯାଇଥିଲା , ସେ ଏହାକୁ ପସନ୍ଦ କରିନଥିଲେ। ଅକ୍ଷୟ ଏହାକୁ ଟ୍ୱିଙ୍କଲଙ୍କ ପାଇଁ ନେଇଯାଇଥିଲେ ଏବଂ ପତ୍ନୀ ଟ୍ୱିଙ୍କଲଙ୍କୁ କହିଥିଲେ , ମୁଁ ଜାଣିଥିଲି ତୁମେ ଏହାକୁ ବହୁତ ପସନ୍ଦ କରିବ।

Comments are closed.