Odisha Link
Bridging the Missing Links in Odisha

ଦିନିକିଆ ଗଞ୍ଜାମ ଗସ୍ତରେ ରାଜ୍ୟପାଳ

ଛତ୍ରପୁର: ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି। ସେ ବ୍ରହ୍ମପୁର ଏମକେସିଜିରେ ହେବାକୁ ଥିବା ଏକ ସମ୍ମିଳନୀରେ ଓ ଛତ୍ରପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ପ୍ରଥମେ ଛତ୍ରପୁର ସରକିଟ ହାଉସରେ ପହଞ୍ଚି ସେଠାରୁ ବ୍ରହ୍ମପୁର ଯିବେ। ଏହାପରେ ଛତ୍ରପୁର କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତ୍ରପୁରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା।

Comments are closed.