Odisha Link
Bridging the Missing Links in Odisha

ପୁରୀରୁ ଚିଲିକା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା

ପୁରୀ: ଆଧୁନିକ ଯୁଗରେ ପରିବେଶର ପ୍ରଦୂଷଣ ଯୋଗୁଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଛି। ପରିବେଶର ସୁରକ୍ଷା ସହ ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲର ସୁରକ୍ଷା ନିମନ୍ତେ ଆଜି ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ପୁରୀ ବେଳା ଭୂମିରେ ରାଜ୍ୟ ପରିବହନ କମିଶନର ସଞ୍ଜୀବ୍‌ ପଣ୍ଡା ଏହି ପଦଯାତ୍ରାକୁ ଉଦଘାଟନ କରିଥିଲେ। ଏଥିରେ ଏସପି ଉମା ଶଙ୍କର ଦାସ, ରାଜସ୍ବ ବୋର୍ଡର ଯୁଗ୍ମ ସଚିତ ସନ୍ତୋଷିନୀ ସାହୁ, ବେୟାରଫୁଟ୍ ର ସଭାପତି ୟୋଗାବ୍ରତ କର ଯୋଗ ଦେଇଥିଲେ ।

Comments are closed.