Odisha Link
Bridging the Missing Links in Odisha

ଆପ୍‌ର ରଣନୀତି ସମ୍ଭାଳିବେ ପ୍ରଶାନ୍ତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛି ଶାସକ ଦଳ ଆମ୍‌ ଆଦମୀ ପାର୍ଯୀ। ଏଥର ରାଜନୀତିକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଜଣାଶୁଣା ନିର୍ବାଚନ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ ପିଏସିକୁ ଦାୟିତ୍ୱ ଦେଇଛି। ଏ ନେଇ ଦଳର ଆବାହକ ତଥା ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପିର ପ୍ରଚାର ଦାୟିତ୍ୱ ନେଇଥିଲେ ପ୍ରଶାନ୍ତ କିଶୋର। ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲା। ୨୦୧୫ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ୨୦୧୭ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଇଁ ପ୍ରଚାର କରି ଜେଡିୟୁ ଓ କଂଗ୍ରେସକୁ ବିଜୟୀ କରାଇଥିଲେ ପ୍ରଶାନ୍ତ କିଶୋର।

ସୂଚନାଯୋଗ୍ୟ,କିଶୋର ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସହ କାମ କରୁଛନ୍ତି। ପଶ୍ଚିମଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତଙ୍କ ଉପରେ ସମସ୍ତ ଦାୟିତ୍ୱ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଡିଏମକେ ପ୍ରଶାନ୍ତଙ୍କୁ ନିର୍ବାଚନ ରଣନୀତି ଦାୟିତ୍ୱ ଦେବ ବୋଲି ସୂଚନା ରହିଛି।

Comments are closed.