Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ

ବାଲେଶ୍ବର: ଡ୍ୟୁଟିରେ ଖିଲାପ ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀ ମାନେ ହେଲେ ଜଣେ ଏଏସଆଇ, ଆଉ ଜଣେ ହାବିଲଦାର ଏବଂ କନଷ୍ଟେବଳ। କମର୍ଦ୍ଦା ଥାନ ଏଏସଆଇ ଭକ୍ତହରି ଦାସ, ହାବିଲଦାର ଅରୁଣ ଧଳ ଓ ବାଲେଶ୍ବରର ମହିଳା କନଷ୍ଟେବଳ ମମତା ପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଏହି ୩ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ବର ଏସ୍‌ପି।
ସୂଚନା ଅନୁସାରେ ନାବାଳିକା ଅପହରଣ ଘଟଣାର ଅଭିଯୁକ୍ତ ଚମ୍ଫଟ ମାରିବାକୁ ନେଇ ତିନି ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୟୁପିରୁ ଧରି ଆଣିଲା ବେଳେ ବାହାନା କରି ଖସି ଯାଇଥିଲା ଅଭିଯୁକ୍ତ।

Comments are closed.