Odisha Link
Bridging the Missing Links in Odisha

ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସମାଧି

ପୁରୀ: ସ୍ୱର୍ଗଦ୍ୱାରର ବିକାଶ ପାଇଁ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ବିଜୁ ବାବୁଙ୍କ ସମାଧିକୁ ଉଚ୍ଛେଦ କରାଯାଇଛି ।  ଅନ୍ୟପଟେ ପୁରୀରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଆଜି ବି ଜାରି ରହିଛି ।
ଆଜି ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ ଘରକୁ ପ୍ରଶାସନ ତରଫରୁ ଭଙ୍ଗାଯାଉଛି । ୨ ପ୍ଲାଟୁନ ପୁଲିସ୍‌ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତକାଲି କିଛି ବେସରକାରୀ ଘର ସହ କାଳିଚରଣ ଲଜ୍ ଓ ରାୟ ବାହାଦୁର ଲଜ୍‌କୁ ମଧ୍ୟ ଭଙ୍ଗା ଯାଇଥିଲା ଏହା ପୂର୍ବରୁ ସାନଛତା ମଠ ସହିତ ନିକଟସ୍ଥ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଥିଲା ।

Comments are closed.