Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ ଖେଳିବେନି ଦୀପକ ଚହର, ସାମିଲ ହେଲେ ଏହି ଖେଳାଳୀ

ଭୁବନେଶ୍ବର: ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେଥିପାଇଁ ଉଭୟ ଟିମ୍‌ ଆଜି ଭୁବନେଶ୍ବରସ୍ଥିତ ମେଫେୟାର ହୋଟଲେରେ ପହଞ୍ଚିସାରିଛନ୍ତି। ହେଲେ ଟିିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଦଳର ଦ୍ରୁତ ବୋଲର ଦୀପକ ଚହର ଶେଷ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଦ୍ରୁତ ବୋଲର ନବଦୀପ ସାଇନ୍‌ ଟିମରେ ସ୍ଥାନ ପାଇଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବିଶାଖାପାଟଣା ମ୍ୟାଚ୍‌ ପରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଦୀପକ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦେଇଛି ବସିସିଆଇ। ତାଙ୍କ ବଦଳରେ ଦ୍ରୁତ ବୋଲର ନଭବୀପ ସାଇନଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ ଖୁବଶୀଘ୍ର ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

Comments are closed.