Odisha Link
Bridging the Missing Links in Odisha

କେମିତି ବର୍ଷକରେ ୟୁଟ୍ୟୁବ୍‌ରୁ ୨.୬ କୋଟି ଆୟ କଲେ ରିୟାନ୍‌

ନ୍ୟୁୟର୍କ: ୨୦୧୯ରେ ୟୁଟ୍ୟୁବ୍‌ ଜରିଆରେ ୨.୬ କୋଟି ଟଙ୍କା ଆୟ କରିଛନ୍ତି ୮ ବର୍ଷିୟ ରିୟାନ୍‌। ସେ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମର ସର୍ବାଧିକ ଉପାର୍ଜ୍ଜନକାରୀ ବୋଲି ଜଣା ପଡିଛି। କାଜି ନାମରେ ପରିଚିତ ରିୟାନ୍‌ଙ୍କ ପ୍ରକୃତ ନାଁ ହେଉଛି ରିୟାନ୍‌ ଗୁଆନ୍‌। ୨୨ ନିୟୁତ ଡଲାର ଉପାର୍ଜ୍ଜନ କରି ୨୦୧୮ ବର୍ଷରେ ବି ସେ ୟୁଟ୍ୟୁବ୍‌ରୁ ସବୁଠୁ ଅଧିକ ଅର୍ଥ ପାଇ ରେକର୍ଡ ହାସଲ କରିଥିଲେ। ୨୦୧୫ରେ ରିୟାନ୍‌ର ପିତାମାତା ତା’ର ଚାନେଲ୍‌ ‘ରିୟାନ୍‌ସ୍‌ ଓ୍ଵାର୍ଲଡ୍‌’ର ଶୁଭାରମ୍ଭ କରାଇଥିଲେ। ପ୍ରଥମେ ଏହି ଚାନେଲ୍‌ର ନାଁ ଥିଲା ‘ରିୟାନ୍‌ ଟଏଜ୍‌ ରିଭିଉ’। ଏବେ ସେଥିରେ ଶିକ୍ଷାସମ୍ବନ୍ଧୀୟ ଭିଡିଓ ପୋଷ୍ଟ୍‌ କରାଯାଉଛି।

ଏ ବର୍ଷ ‘ରିୟାନ୍‌ସ୍‌ ଓ୍ଵାର୍ଲଡ୍‌’ ଟପିଯିବାକୁ ବସିଥିବା ଟେକ୍ସାସ୍‌ର ଦଳେ ସାଙ୍ଗ କରିଥିବା ଚାନେଲ୍‌ ‘ଡ୍ୟୁଡ୍‌ ପର୍ଫେକ୍ଟ୍‌’ ୟୁଟ୍ୟୁବ୍‌ ଆୟ ଆଧାରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏ ଚାନେଲ୍‌ର ଆୟ ହେଉଛି ୨୦ ନିୟୁତ ଡଲାର୍‌। ତୃତୀୟ ସ୍ଥାନରେ ରହିଛି ରୁଷ୍‌ର ପାଞ୍ଚ ବର୍ଷୀୟ ବାଳିକା ଆନାସ୍ତାସିଆ ରାଦ୍‌ଜିନ୍‌ସ୍କାଇଆଙ୍କ ଚାନେଲ୍‌ ‘ଲାଇକ୍‌ ନାସ୍ତିୟା ଭ୍ଲୋଗ୍‌’। ଏହି ଚାନେଲ୍‌ ୧୮ ନିୟୁତ ଡଲାର୍‌ ଆୟ କରିଛି।

Comments are closed.