Odisha Link
Bridging the Missing Links in Odisha

କଦଳୀ ଖାଇଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରତିବାଦ। ପରସ୍ଥିତିକୁ ନଜରରେ ରଖି ଦିଲ୍ଲୀ ପୁଲିସ୍‌ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲେ ମଧ୍ୟ। ଯେଉଁମାନଙ୍କୁ ଦିଲ୍ଲୀ ପୁଲିସ ପକ୍ଷରୁ ଅଟକ ରଖାଯାଇଛି ସେମାନଙ୍କ ପାଇଁ ଅସ୍ଥାୟୀ ଜେଲର ବ୍ୟବସ୍ଥା କରାଯାଇଥିବାବେଳେ ଜଳଖିଆରେ କଦଳୀ ଖାଇବାକୁ ମଧ୍ୟ ଦିଆଯାଇଥିଲା। ଅଟକ ବିକ୍ଷୋଭକାରୀଙ୍କୁ ଦିଲ୍ଲୀର ସୁରଜମଲ ଷ୍ଟାଡିୟମରେ ରଖାଯାଇଥିଲା। ଯେଉଁମାନଙ୍କୁ ଜଳଖିଆ ପାଇଁ ପୁଲିସ କଦଳୀ ଦେଇଛି।

ଏଠାରେ ସୂଚନାଥାଉ କି ରାଜଧାନୀ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଅବ୍ୟାହତ ରହିଛି। ଏହାକୁ ଦୃଷ୍ଟିରେ ରଖି ସହରର କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ପୁଲିସ ପକ୍ଷରୁ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତଙ୍କୁ ଅଟକ ରଖାଯାଇଛି।

Comments are closed.