Odisha Link
Bridging the Missing Links in Odisha

ଆଠମଲ୍ଲିକ ଅଗ୍ନିଶମ ସେବା କେନ୍ଦ୍ରକୁ ଗୃହମନ୍ତ୍ରୀଙ୍କ ଅଚାନକ ଗସ୍ତ

ଆଠମଲ୍ଲିକ: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଗ୍ନିଶମ ସେବା କେନ୍ଦ୍ରକୁ ଅଚାନକ ଗସ୍ତ କରି ଦମକଳ କେନ୍ଦ୍ର ପରିସର ପରିଦର୍ଶନ କରିଥିଲେ। ପରିସରର ପରିବେଶ ଠିକ୍‌ ଥିବା ଏବଂ ସଫାସୁତୁରା ଥିବା ହେତୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖୁସି ପ୍ରକାଶ କରିଥିଲେ। ଦମକଳ କେନ୍ଦ୍ରର ଅଗ୍ନି ନିର୍ବାପକ ଯାନ, ପମ୍ପସେଟ୍‌ ଏବଂ ନିଆଁ ଲିଭାଇବା ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଓ ଯନ୍ତ୍ର ପାତି କାର୍ଯ୍ୟକ୍ଷମ ଥିବା ଜାଣିଥିଲେ।

ପରିଦର୍ଶନ ସମୟରେ ୧୦୧ ନଞ୍ଚର ଟେଲିଫୋନ୍‌ଟି ସେହି ସମୟରେ କାର୍ଯ୍ୟକରୁନଥିବା ହେତୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅସନ୍ତୋଷ ପ୍ରକାଶ କରି ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଷ୍ଟେସନ୍‌ ଅଧିକାରୀ ଅରୁଣ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ମୋ ସରକାର’ ଯୋଜନାର ସଫଳ ରୂପାୟନ ଦିଗରେ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ଅବିଳମ୍ବେ ସେବା ପ୍ରଦାନ କରିବାକୁ ଷ୍ଟେସନ୍‌ ଅଧିକାରୀ ଏବଂ ସମସ୍ତ କର୍ମଚାରୀଙ୍କୁ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ।

Comments are closed.